Categories: ଜାତୀୟ

କାନ୍ଦି କାନ୍ଦି ବେହୋଶ ହୋଇପଡିଲେ ଅର୍ପିତା: ହସ୍ପିଟାଲରେ ଭର୍ତ୍ତି

କୋଲକାତା,୨୯।୭: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ। ଇଡି ଜେରାର ସମ୍ମୁଖୀନ ହେଉଥିବା ଅର୍ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ବିଗିଡି ଯାଇଛି। ଜେରା ବେଳେ କାନ୍ଦି କାନ୍ଦି ସେ ବେହୋଶ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢାଉ କରି ଚାଲିଛି। ପ୍ରଥମେ ପାର୍ଥ ଚାଟାର୍ଜୀ ଓ ପରେ ଅର୍ପିତ ମୁଖାର୍ଜୀଙ୍କୁ ଗିରଫ କରି ତଦନ୍ତ କରୁଛି ଇଡି।

Share