Categories: ଜାତୀୟ

ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ

କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର ପାଲ ଅଭିଯୋଗ କରିଛନ୍ତି, ଟିଏମସି କର୍ମୀମାନେ ଆମ ଉପରେ ଆକ୍ରମଣ କରିଥିଲେ। ଆମ ଗାଡି ଉପରକୁ ପଥର ଫିଙ୍ଗିଥିଲେ। ପୋଲିସ କିଛି କରୁନାହିଁ। ମମତା ବାନାର୍ଜୀ ଯେତେ ଚେଷ୍ଟା କଲେ ମଧ୍ୟ କେବଳ ଏଠାରେ ଭାଜପା ଜିତିବ। ଆସାନସୋଲରେ ବାରାବୋନିର ୧୭୫ ଏବଂ ୧୭୬ ବୁଥରେ ମତଦାନ ସମୟରେ ଉତ୍ତେଜନା ଦେଖାଦେଇଥିଲା। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କୁ ବୁଥ ଛାଡିବାକୁ କୁହାଯାଇଥିଲା।
ଭାଜପା ତରଫରୁ ଅଗ୍ନିମିତ୍ର ପାଲ ପ୍ରାର୍ଥୀ ହୋଇଥିବାବେଳେ ଶତ୍ରୁଘ୍ନ ସିହ୍ନା ଟିଏମସି ପକ୍ଷରୁ ନିର୍ବାଚନ ଲଢୁଛନ୍ତି।

Share