Categories: ଜାତୀୟ

ପଶ୍ଚିମବଙ୍ଗ, କେରଳ, ଆସାମ ସମେତ ୫ ରାଜ୍ୟର ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୬ ।୨: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନଙ୍କ ଦ୍ୱାରା ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଛି । ଅନୁମାନ କରାଯାଉଛି କି ଏହି ଖବରଦାତା ସମ୍ମିଳନୀରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ୬-୮ ପର୍ଯ୍ୟାୟରେ ନିର୍ବାଚନ କରାଯିବ । ଆସାମରେ ୩ ପର୍ଯ୍ୟାୟରେ ଓ କେରଳ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇପାରେ । ଗୋଟିଏ ଦିନରେ ସମସ୍ତ ୫ ରାଜ୍ୟରେ ଭୋଟଗଣନା କରାଯିବ ଓ ମେ’ ୧ ପୂର୍ବରୁ ବିଧାନସଭା ଗଠନ ପ୍ରକ୍ରିୟା ପୁରା କରାଯିବ ।

Share