Categories: ଜାତୀୟ

ପଶ୍ଚିମବଙ୍ଗ-ଆସାମ ବିଜୟ ଲକ୍ଷ୍ୟ: ମୋଦି କରିବେ ୨୬ ରାଲି, ଶାହା-ନଡ୍ଡା ୫୦-୫୦

କୋଲକାତା,୨।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଟ ୨୬ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୨୦ଟି ରାଲି ହେବ। ଅପରପକ୍ଷରେ ଆସାମରେ ୬ଟି ରାଲି କରାଯିବା। ପଶ୍ଚିମବଙ୍ଗ ଭାଜପା ୟୁନିଟ୍‌ ପକ୍ଷରୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ୨୫ରୁ ୩୦ ରାଲି ପାଇଁ ଦାବି କରାଯାଇଥିଲା। ତେବେ କେନ୍ଦ୍ରୀୟ ହାଇକମାଣ୍ଡ ୨୦ଟି ରାଲିକୁ ମଞ୍ଜୁରୀ ଦେଇଛନ୍ତି। ରାଲିର ଶୁଭାରମ୍ଭ ମାର୍ଚ୍ଚ ୭ରେ ବ୍ରିଗେଡ ମଇଦାନରୁ ଆରମ୍ଭ କରାଯିବ। ଅନ୍ୟ ରାଲି ପାଇଁ ତାରିଖ, ସ୍ଥାନ ଏବଂ ସମୟ ପରେ ସ୍ଥିର କରାଯିବ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗରେ ୫୦ ଲେଖାଏଁ ରାଲିରେ ଯୋଗଦେବେ।

Share