Categories: ଜାତୀୟ

ମମତାଙ୍କୁ ବଡ଼ ଝଟ୍‌କା

କୋଲକତା,୪।୪: ଗତ ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରଥିଲେ ଯେ, ଭୋଟ ସମୟରେ ସେଠାରେ ଥିବା ସୁରକ୍ଷା ବାହିନୀ ଭାଜପାକୁ ସାହାଯ୍ୟ କରୁଛି। ସେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ଏବେ ନିର୍ବାଚନ ଆୟୋଗ ସମସ୍ତ ଅଭିଯୋଗର ତଦନ୍ତ ଶେଷ କରିଛନ୍ତି। ନିର୍ବାଚନ କମିଶନ ମମତା ବାନାର୍ଜୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। କୁହାଯାଉଛି ଯେ ଏବେ ନିର୍ବାଚନ ଆୟୋଗ ମଧ୍ୟ ମମତା ବାନାର୍ଜୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ନିର୍ବାଚନ ଆୟୋଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଏହା ଏକ ସୁଚିନ୍ତିତ କାର୍ଯ୍ୟ। ସେଠାରେ ନିୟୋଜିତ ସୁରକ୍ଷା ବାହିନୀ ଭୋଟରଙ୍କୁ ଭୋଟ ଦେବାକୁ ବାରଣ କରିବା କିମ୍ବା ସେମାନଙ୍କ ଆଚରଣ ଅସ୍ବାଭାବିକ ବୋଲି ଅନୁସନ୍ଧାନରେ କୌଣସି ପ୍ରମାଣ ମିଳି ନାହିଁ। ପର୍ଯ୍ୟବେକ୍ଷକମାନେ ବୁଥ ପରିଦର୍ଶନ କରିଛନ୍ତି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

Share