Categories: ଜାତୀୟ

ଐତିହାସିକ ବିଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ଏମିତି ଅନୁରୋଧ କଲେ ମମତା

କୋଲକତା,୨।୫: ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦୦ରୁ ଅଧିକ ଆସନ ଜିତିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଲଗାତର ତୃତୀୟଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଛି। ଏହି ଐତିହାସିକ ବିଜୟ ପରେ ମମତା କହିଛନ୍ତି, ଜୟ ବଙ୍ଗାଲ୍‌। ଏହା ସହ ସେ କାର୍ଯ୍ୟକର୍ତ୍ତାଙ୍କୁ ମାସ୍କ ପିନ୍ଧିବା ଏବଂ ଶାନ୍ତିଶୃଙ୍ଖଳାରେ ଘରକୁ ଫେରିଯିବାକୁ ଅପିଲ୍‌ କରିଛନ୍ତି। ଏହାସହ ୬ଟା ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି।

Share