କୋଲକାତା,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି ଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି। କିନ୍ତୁ ନନ୍ଦିଗ୍ରାମରୁ ନିଜେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ବେଙ୍ଗଲରେ ସରକାର ଗଠନ କରିବାକୁ ଯାଉଛନ୍ତି। ଫଳଫଳ ଆସିବା ପରେ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ନନ୍ଦିଗ୍ରାମରେ ପରାଜୟକୁ ଗ୍ରହଣ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନନ୍ଦିଗ୍ରାମରେ ଯାହା ଘଟିଛି ତାହା ଭୁଲିଯାଅ, ଆମ ଦଳ ବହୁମତ ସହ ନିର୍ବାଚନରେ ଜିତିଛି। କରୋନା ପରେ ଦଳର ବିଜୟ ଉତ୍ସବ ପାଳନ କରାଯିବ। ଏବେ କୌଣସି ପ୍ରକାରର ଉତ୍ସବ ପାଳନ ନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗ ଲୋକଙ୍କୁ ସେ ଟିକା ମାଗଣାରେ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି। ଏହାସହ ସେ ଏକ ଛୋଟ ଶପଥ ଗ୍ରହଣ ଉତ୍ସବ କରିବେ ବୋଲି କହିଛନ୍ତି।