Categories: ଜାତୀୟ

ଦିଦି ମଣିଷ ମାରିବାରେ ବିଶ୍ୱାସ କରନ୍ତି: ମୋଦି

ନୂଆଦିଲ୍ଲୀ,୧୨।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ସରିଛି। ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୭ରେ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବର୍ଦ୍ଧମାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏଥିରେ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ। ସେ କହିଛନ୍ତି, ଚାରିଟି ପର୍ଯ୍ୟାୟରେ ହୋଇଥିବା ବହୁ ସଂଖ୍ୟକ ମତଦାନ ହିଁ ସୂଚାଉଛି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଅସଲ ପରିବର୍ତ୍ତନର ଅର୍ଥ ହେଉଛି ବଙ୍ଗଳାର ବିକାଶ, ବଙ୍ଗଳାର ଲୋକଙ୍କ ବିକାଶ। ଦିଦିଙ୍କ ଦୁର୍ନୀତି ଶାସନରୁ ମୁକ୍ତି ପାଇବାକୁ ବଙ୍ଗଳାବାସୀ ଚାହୁଁଛନ୍ତି। ଦିଦି ମଣିଷ ମାରିବାରେ ବିଶ୍ୱାସ କରନ୍ତି। ହିଂସା ସୃଷ୍ଟି କରିବା ହେଉଛି ତାଙ୍କ ସରକାରଙ୍କ କାମ ବୋଲି ମୋଦି କହିଛନ୍ତି। ସାମ୍ନାରେ ତାଙ୍କର ପରାଜୟ ଦେଖି ଦିଦି ବର୍ତ୍ତମାନ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଦିଦିଙ୍କ ଷଡଯନ୍ତ୍ର ହେଉଛି ଲୋକଙ୍କୁ ଭୋଟ ଦେବାରୁ ବିରତ ରଖିବା। ଦିଦିଙ୍କ ଗୁଣ୍ଡାରାଜ୍‌ରୁ ଲୋକଙ୍କୁ ମୁକ୍ତ କରିବାକୁ ଭାଜପା ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share