Categories: ଜାତୀୟ

କରୋନା ନେଲା ପୁଣି ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଜୀବନ

କୋଲକାତା,୧୫।୪: ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କର ଗୁରୁବାର ସକାଳେ ଦେହାନ୍ତ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ହକ ମୁରସିଦାବାଦ ଜିଲାର ଶମସେରଗଞ୍ଜ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ। ସେ କରୋନା ଆକ୍ରାନ୍ତ ହୋଇ ଜାଙ୍ଗିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ରାତିରେ ଅବସ୍ଥା ବିଗିଡିବାରୁ ତାଙ୍କୁ କୋଲକାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ତାଙ୍କର ହୋଇଥିଲା। ଏପ୍ରିଲ ୨୬ରେ ଶମସେରଗଞ୍ଜରେ ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ଘଟିଥିଲା।

Share