Categories: ଜାତୀୟ

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ ୱାର୍କ ଆଉଟ୍ କରି ଦିଆଯାଇଥିଲା । ରାଜ୍ୟପାଳ ଜଗଦୀପ ଧନଖଡ ତାଙ୍କର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ଗୃହରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକଙ୍କ ମଧ୍ୟରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା । ଫଳରେ ରାଜ୍ୟପାଳ ବିନା ଅଭିଭାଷଣରେ ଗୃହ ବାହାରକୁ ଚାଲି ଯାଇଥିଲେ । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କିଛି ସମୟ କଥା ହୋଇଥିଲେ ରାଜ୍ୟପାଳ । ଏହାପୂର୍ବରୁ ରାଜ୍ୟପାଳ ସ୍ପଷ୍ଟ କରିଥିଲେ କି ସରକାରଙ୍କ ସମସ୍ତ ଲିଖିତ କଥାକୁ ସେ ଗୃହରେ ପ୍ରକାଶ କରିପାରିବେ ନାହିଁ । ମିଳିଥିବା ସୂଚନାରୁ ଜଣାପଡିଛି ରାଜ୍ୟପାଳ ଯେତେବେଳେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ ସେତେବେଳେ ଭାଜପା ବିଧାୟକମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ଏହାସହ ଗୃହ ମଧ୍ୟରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ବାହାରକୁ ବାହାରି ଯାଇଥିଲେ । ଏହାପରେ ବି ରାଜ୍ୟପାଳ ବିନା ଅଭିଭାଷଣରେ ବାହାକୁ ବାହାରି ଯାଇଥିଲେ । ନିୟମ ଅନୁଯାୟୀ ବିଧାନସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ହିଁ ଆରମ୍ଭ ହୋଇଥାଏ । ଯାହାକୁ ରାଜ୍ୟ ସରକାର ପ୍ରସ୍ତୁତ କରି ଥାଆନ୍ତି ।

Share