କୋଲକାତା,୧୨।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ଏକ ବୟାନ ଦେଇ ନିଜ ଦଳ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି। ଅପରପକ୍ଷେ, ଟିଏମସି ହାଜରାଙ୍କ ବୟାନ ଉପରେ ଭାଜପା ଉପରେ ଜୋରଦାର ଆକ୍ରମଣ କରିଥିବାବେଳେ ଅନୁପମଙ୍କ ବୟାନରୁ ଭାଜପା ନିଜକୁ ଦୂରେଇ ରଖିଛି। ସୂଚନାଯୋଗ୍ୟ, ଅନୁପମ ସୋମବାର ଏକ ବୟାନରେ କହିଛନ୍ତି ଯେ ସିବିଆଇ କିମ୍ବା ଇଡି ଡାକରାକୁ ଭୟ କରୁଥିବା ସେହି ଦୁର୍ନୀତିଗ୍ରସ୍ତ ଟିଏମସି ନେତାମାନେ ଭାଜପାରେ ଯୋଗଦେବା ପାଇଁ ସେମାନଙ୍କ ସହ ଯୋଗାଯୋଗ କରିବା ଉଚିତ।
ତେବେ ଅନୁପମ ହାଜରା ପରେ ତାଙ୍କ ବକ୍ତବ୍ୟର ଭୁଲ ବ୍ୟାଖ୍ୟା କରାଯାଇଛି ବୋଲି କହି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ବୟାନରେ ଶାସକ ଟିଏମସି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦଳ କହିଛି ଯେ ଭାଜପା ଏକ ୱାଶିଂ ମେସିନରେ ପରିଣତ ହୋଇଛି ଏବଂ ଏହାର ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରୁଛି।