Categories: ଜାତୀୟ

ମମତା ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ଭାଜପା

କୋଲକାତା,୮ ।୧୦: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କର୍ମୀଙ୍କୁ ହତ୍ୟା ଘଟଣାରେ ଗୁରୁବାର ଦଳ ରାଜରାସ୍ତାକୁ ଓହ୍ଲାଇଛି । ରାଜଧାନୀ କୋଲକାତାର ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ କରାଯାଉଛି । ଏଥିପାଇଁ ହାୱଡା ବ୍ରିଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ବିରୋଧ ପ୍ରଦର୍ଶନ କରୁଥିବା ଭାଜପା କର୍ମୀ ଓ ନେତାଙ୍କ ଉପରକୁ ପୋଲିସ ଲାଠି ଚାର୍ଜ କରିବା ଫଳରେ କେତେଜଣ ନେତା ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ମନା କରିଥିଲେ ମଧ୍ୟ ଏମାନେ ଏକାଠି ହୋଇ ପୋଲିସକୁ ବିରୋଧ କରିବା ସହ ପୋଲିସ ଉପରକୁ ପଥରମାଡ କରିଥିଲେ । ଫଳରେ ପୋଲିସ ଲାଠି ଚାର୍ଜ କରିବା ସହ ପାଣି ସ୍ପ୍ରେ କରିଥିଲା । ଭାଜପା କର୍ମୀଙ୍କ ପ୍ରଦର୍ଶନଙ୍କୁ ଦେଖି ପଶ୍ଚିମବଙ୍ଗ ସରକାର ୨ ଦିନ ପାଇଁ ସଚିବାଳୟ ବନ୍ଦ କରିଥିବା ବେଳେ ସାନିଟାଇଜେଶନ ପରେ ଏହା ଖୋଲାଯିବ ବୋଲି କହିଛନ୍ତି । କରୋନା ସଂକ୍ରମଣକୁ ଦେଖି ଏପରି କରାଯାଇଥିବା କୁହାଯାଇଛି ।

Share