Posted inଫୁରସତ

ପବ୍‌ଜି ଖେଳୁଖେଳୁ ପଶ୍ଚିମବଙ୍ଗର ଯୁବକଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଏଭଳି ପଦକ୍ଷେପ ନେଲେ ଯେ…

ପ୍ରେମ କେତେବେଳେ, କେଉଁଠି ଏବଂ କାହା ସହ ହୋଇଯାଏ ଜାଣିହୁଏନା। ଅନେକ ପ୍ରେମକାହାଣୀ ଏପରି ଅଛି ଯାହାର ଚର୍ଚ୍ଚା ଆଜି ବି ହୋଇଥାଏ। ସେହିଭଳି କିଛି ପ୍ରେମକାହାଣୀ ଆଶ୍ଚର୍ଯ୍ୟ କରେ। ଏପରି ଏକ ପ୍ରେମକାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପବ୍‌ଜି ଖେଳୁ ଖେଳୁ ଏହି ପ୍ରେମକାହାଣୀଟି ଗଢ଼ି ଉଠିଛି।

ଆଜିକାଲି ସମୟରେ ଯୁବପିଢ଼ୀମାନେ ଅଧିକ ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି। ଏଣୁ ଅନେକ ପ୍ରେମକାହାଣୀ ଏଠାରେ ହିଁ ଗଢ଼ିଉଠୁଛି। ପଶ୍ଚିମବଙ୍ଗର ଧୁପଗୁରୀ ନିବାସୀ ସୈନୁର ଆଲାମ ପବ୍‌ଜି ଖେଳିବାକୁ ବହୁତ ପସନ୍ଦ କରନ୍ତି। ଏହାକୁ ଖେଳିବା ବେଳେ କର୍ନାଟକର ଫ୍ରିଜା ନାମକ ଯୁବତୀଙ୍କ ସହ ପରିଚିତ ହୋଇଥିଲେ। ପରେ ସେମାନେ ଏକାଠି ଖେଳ ଖେଳିବା ଆରମ୍ଭ କରିଥିଲେ। ହେଲେ କେତେବେଳେ ସେମାନେ ପ୍ରେମରେ ପଡ଼ି ଯାଇଥିଲେ ଜାଣି ପାରି ନ ଥିଲେ। ସମ୍ପର୍କକୁ ଆଗକୁ ବଢ଼ାଇବା ଲାଗି ଦୁହେଁ ବନ୍ଧୁ ହୋଇଥିଲେ। ଧୀରେ ଧୀରେ ଫୋନ୍‌ ନଂ ଉଭୟ ଉଭୟଙ୍କୁ ଦେଇଥିଲେ। ଏହିପରି ଭାବେ କଥା ଆଗକୁ ବଢ଼ିଥିଲା।

ଦିନେ ବଡ଼ ପଦକ୍ଷେପ ନେଇ ଫ୍ରିଜା ବାଙ୍ଗାଲୋରରୁ ବିମାନ ଯୋଗ ସୈନୁରଙ୍କ ଗାଁ ଧୁପଗୁରୀରେ ପହଞ୍ଚିଥିଲେ। ସୈନୁର ପ୍ରେମିକାଙ୍କୁ ଘର ଆଗରେ ଦେଖି ଚମକି ପଡ଼ିଥିଲେ। ପରେ ଦୁହେଁ ନିଜ ପରିବାରକୁ ସମସ୍ତ କଥା କହିଥିଲେ। ଏବେ ଧୁମ୍‌ଧାମ୍‌ରେ ସେମାନେ ବିବାହ କରିଛନ୍ତି। ବର୍ତ୍ତମାନ ଏହି ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri