ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରୁ ପଶ୍ଚିମବଙ୍ଗରୁ ବେଆଇନ ଭାବେ ପଶିଥିବା ଏକ ବସ୍କୁ ଶନିବାର ସକାଳୁ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ଅଟକ ରଖି ତୁରୁମୁଙ୍ଗା ଥାନା ଜିମା ଦେଇଛନ୍ତି। କରୋନା କଟକଣା ପାଇଁ ପଶ୍ଚିମବଙ୍ଗରୁ ବସ୍ ଚଳାଚଳ ଓ ପ୍ରବେଶ ଉପରେ ଓଡ଼ିଶା ସରକାର କଟକଣା ଲଗାଇଥିବାରୁ ବିନା ପରମିଟ୍ରେ ପଶ୍ଚିମବଙ୍ଗର ଡବ୍ଲ୍ୟୁବି ୪୯ ଏନ୍ ୦୫୪୩ ନମ୍ବର ବିଶିଷ୍ଟ ବସ୍ ସୀମାକୁ ପ୍ରବେଶ କରିଥିବାରୁ ପରିବହନ ବିଭାଗ ଏହାକୁ ଅଟକ ରଖିଛି। ଏଥିସହ ବସ୍ର ଚାଳକ ଓ ଖଲାସୀ ତୁରୁମୁଙ୍ଗା ଥାନାରେ ଅଟକ ରହିଛନ୍ତି।
ସୂଚନାନୁଯାୟୀ, ଉକ୍ତ ବସ୍ଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପଶ୍ଚିମବଙ୍ଗର କୋଲାଘାଟରୁ ସମ୍ବଲପୁରରୁ ଭୋଟରଙ୍କୁ ନେବା ପାଇଁ ପ୍ରବେଶ କରିଥିଲା। ଚାଳକଙ୍କ କହିବା ଅନୁଯାୟୀ ପଶ୍ଚିମବଙ୍ଗ ନିର୍ବାଚନରେ ମତଦାନ ନିମନ୍ତେ ସେଠାକାର ଏକ ରାଜନୈତିକ ଦଳର ନେତାମାନେ ଭୋଟରଙ୍କୁ ନେବା ଲାଗି ବସ୍ ପଠାଇଥିଲେ।