Categories: ଖେଳ

ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନରଅପ୍‌

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଭାରତୀୟ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଛି। ଏଥିରେ ପଶ୍ଚିମବଙ୍ଗ ଦଳ ଚାମ୍ପିୟନ ଏବଂ ଓଡ଼ିଶା ରନରଅପ୍‌ ହୋଇଛି। ଫାଇନାଲରେ ପଶ୍ଚିମବଙ୍ଗ ୩-୧ ଗୋଲରେ ଓଡ଼ିଶା ଦଳକୁ ପରାସ୍ତ କରିଥିଲା। ଉଦଯାପନୀ ଉତ୍ସବରେ ହକି ଇଣ୍ଡିଆ ସଭାପତି ଦିଲୀପ ର୍ତିକୀ ମୁଖ୍ୟ ଅତିଥି ଓ ପ୍ରଧାନ ମହାଲେଖାକାର ରାଜ କୁମାର ସମ୍ମାନୀୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ମହାଲେଖାକାର ମନାଲିକା ବୋର୍ଗହାଇନି, ତାନ୍ୟା ଅମ୍ବାସ୍ତା, କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା, ପ୍ରଦୀପ ରଥ ପ୍ରମୁଖ ଉପସ୍ଥିତ ଥିଲେ l
ଚାମ୍ପିୟନ ଓ ରନରଅପ୍‌ ଦଳ ଆସନ୍ତା ୨୬ ତାରିଖରେ ସର୍ବଭାରତୀୟ ଅଡିଟ ଓ ଏକାଉଣ୍ଟସ ଟୁର୍ନାମେଣ୍ଟରେ ଭାଗ ନେବେ। ଶ୍ରୀ କମଲ କିରଣ ଉଦଯାପନୀ ସମାରୋହକୁ ପରିଚାଳନା କରିଥିଲେ।

Share