Categories: ଜାତୀୟ

‘ଦେଶର ସ୍ଥିତି ଏବେ ଠିକ୍‌ ନାହିଁ’

ନୂଆଦିଲ୍ଲୀ,୩।୫: ଇଦ୍‌-ଉଲ୍‌-ଫିତର୍‌ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଲକତାର ରେଡ ରୋଡରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଦେଶର ଅବସ୍ଥା ଭଲ ନାହିଁ। ଦେଶରେ ବିଚ୍ଛିନ୍ନତାବାଦୀ ରାଜନୀତି ଚାଲିଛି। ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଝଗଡା ସୃଷ୍ଟି କରାଯାଉଛି। ଆମେ ତୁମକୁ କାନ୍ଦୁଥିବାର ଦେଖିପାରିବୁ ନାହୁଁ। ଭୟଭୀତ ନୁହେଁ, ଏକାଠି ଲଢିବାକୁ ପଡ଼ିବ। ଶାନ୍ତି ବିଷୟରେ ଲୋକଙ୍କୁ କହିବାକୁ ପଡିବ। ପଶ୍ଚିମବଙ୍ଗରେ ସର୍ବାଧିକ ଏକତା ରହିଛି।
ଏହାପୂର୍ବରୁ ମମତା ବାନାର୍ଜୀ ଟୁଇଟ କରି ମୁସଲମାନ ଭଉଣୀ ଏବଂ ଭାଇମାନଙ୍କୁ ଶୁଭକାମନା ଜଣାଇଛନ୍ତି। ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରି ସେ ଲେଖିଛନ୍ତି, ଆମର ଏକତା ଏବଂ ସୌହାର୍ଦ୍ଦ୍ୟର ବନ୍ଧନ ଦୃଢ ହେବା ପାଇଁ ପ୍ରାର୍ଥନା କର। ଆଲ୍ଲା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ସୂଚନାଯୋଗ୍ୟ, ଆଜି ସାରା ଦେଶରେ ଇଦ୍‌-ଉଲ୍‌-ଫିିତର ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଲୋକମାନେ ସକାଳୁ ନମାଜ ପାଠ କରିଛନ୍ତି। ଏଥିପାଇଁ ବିଭିନ୍ନ ସହରରେ ପ୍ରଶାସନ ଦ୍ୱାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share