Categories: ଜାତୀୟ

ଶରଦ ପାୱାରଙ୍କୁ ଭେଟିଲେ ମମତା, ରାଷ୍ଟ୍ରପତି ନିର୍ବାଚନକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୪ ।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା କରିଛନ୍ତି । ଏହି ବୈଠକ ପାଖାପାଖି ୨୦ ମିନିଟ ଧରି ହୋଇଥିଲା । ଏହାପରେ ପାୱାର ଟୁଇଟ କରି କହିଥିଲେ କି ଦେଶର ବିବିନ୍ନ ବିଷୟକୁ ନେଇ ମମତାଙ୍କ ସହ ତାଙ୍କର ଆଲୋଚନା ହୋଇଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିନା ଭାରତୀୟ ଜନତା ପାର୍ଟି(ଭାଜପା)ଦଳକୁ ନେଇ ଦିଲ୍ଲୀରେ ଏକ ବୈଠକ ପାଇଁ ମଙ୍ଗଳବାର ଦିଲ୍ଲୀ ପହଞ୍ଚିଥିଲେ । ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମିଳିତ ରଣନୀତି ପ୍ରସ୍ତୁତ କରିବା ଯୋଜନାରେ ମମତା ୧୫ ଜୁନକୁ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ବିରୋଧି ଦଳ ନେତାମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ସେ ଗତ ସପ୍ତାହରେ ବିରୋଧି ଦଳର ୨୨ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ କଂଗ୍ରେସ ନେତାମାନେ ଯୋଗ ଦେଇ ପାରନ୍ତି । ଏଥିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ ଓ ରଣଦୀପ ସୁର୍ଜେୱାଲା ସାମିଲ ହୋଇପାରନ୍ତି । ତ୍ରୁଣମୂଳ କଂଗ୍ରେସ ଦ୍ୱାରା ଡକାଯାଇଥିବା ଏହି ବୈଠକ ଦିଲ୍ଲୀର କନଷ୍ଟିଚ୍ୟୁଶନାଲ କ୍ଲବରେ ଅନୁଷ୍ଠିତ ହେବ ।

Share