କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି ୧୦ଟା ପରିବର୍ତ୍ତେ ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ସେହିପରି ରେସ୍ତୋରାଁ, ବାର ଓ ସିନେମା ହଲ ୭୫ ପ୍ରତିଶତ କାପାସିଟିରେ ଚାଲିପାରିବ ପାର୍କ ଓ ପର୍ଯ୍ୟଟନ ସ୍ଥଳ ଖୋଲିବା ସହ କୋଭିଡ ସେପ୍ଟି ପ୍ରୋଟୋକଲକୁ ମାନିବାକୁ ପଡିବ ।
ସୂଚନାଯୋଗ୍ୟ, ସାରା ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ପ୍ରାୟ ଅଧିକାଂଶ ରାଜ୍ୟରେ କରୋନା କଟକଣାରେ ସାମାନ୍ୟ କୋହଳ କରାଯାଇଛି । ହେଲେ ପ୍ରାୟ ୨ ଦିନ ହେବ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପୁଣିଥରେ ଜନସାଧାରଣଙ୍କୁ ଚିନ୍ତାରେ ପକାଇ ଦେଇଛି ।

Share