Categories: ଜାତୀୟ

ହନୁମାନ ଜୟନ୍ତୀରେ ଶାନ୍ତି ବଜାୟ ରଖିବାକୁ ନିବେଦନ କଲେ ମମତା

କୋଲକାତା,୫।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ବୁଧବାର ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଧର୍ମ ବ୍ୟକ୍ତିଗତ ପସନ୍ଦ, ହେଲେ ପର୍ବ ସମସ୍ତେ ପାଳନ କରିବା ଉଚିତ୍‌। ରାମ ନବମୀ ଭଳି ହନୁମାନ ଜୟନ୍ତୀରେ ଯେଭଳି କୌଣସି ହିଂସାକାଣ୍ଡ ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ମମତା ପରାମର୍ଶ ଦେଇଛନ୍ତି। ଏପ୍ରିଲ ୬ରେ ହନୁମାନ ଜୟନ୍ତୀ ପାଳନ କରାଯିବ।

ପଶ୍ଚିମବଙ୍ଗର ହୁଗଲି ଏବଂ ହାଓ୍ବଡା ଜିଲାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହାକୁ ନେଇ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ସମୟରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ କହିଛନ୍ତି। ଅନ୍ୟପଟେ, ବୁଧବାର ହନୁମାନ ଜୟନ୍ତୀ ଅବସରରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି।

Share