Categories: ଜାତୀୟ

ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଟୁଇଟର୍‌ରେ ବ୍ଲକ୍‌ କରିଛନ୍ତି। ସେ ଏପରି ନିଷ୍ପତ୍ତି ନେଇ କହିଛନ୍ତି, ରାଜ୍ୟପାଳ ପ୍ରତିଦିନ ଟୁଇଟରରେ ଏପରି ଜିନିଷ ଟୁଇଟ କରନ୍ତି, ଯାହା ତାଙ୍କୁ ବ୍ୟଥିତ କରେ। ଟୁଇଟର୍‌ ସେ ଜଣେ ସୁପର ଗାର୍ଡ ଭଳି ଆଚରଣ କରନ୍ତି। ଏପରି ଦେଖି ସେ ଟୁଇଟର୍‌ରେ ତାଙ୍କୁ ବ୍ଲକ୍‌ କରିଛନ୍ତି। ସେ ରାଜ୍ୟପାଳଙ୍କ ନାଁରେ ଅନେକ ଅଭିଯୋଗ ଆଣି କହିଛନ୍ତି, ରାଜ୍ୟପାଳଙ୍କ ବିରୋଧରେ ଅନେକ ଥର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଯୋଗେ ଦାବି କରିଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଶେଷରେ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା। ଅନ୍ୟପକ୍ଷରେ, ଟିଏମସି ସିଧାସଳଖ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଜଗଦୀପ ଧନଖରଙ୍କୁ ବଙ୍ଗଳା ରାଜ୍ୟପାଳ ପଦରୁ ହଟାଇବାକୁ ଅନୁରୋଧ କରିଛି। ସୋମବାର ପାର୍ଲାମେଣ୍ଟରେ ବଜେଟ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତୃଣମୂଳ କଂଗ୍ରେସର ଲୋକ ସଭା ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ଏହି ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ,ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ କଳହ ଲାଗି ରହିଛି। ରାଜ୍ୟପାଳ ନିକଟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବ୍ୟୁରୋକ୍ରାଟଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି।

Share