Categories: ଜାତୀୟ

ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାଗଡୋଗରା ଯାଉଥିଲେ। କମ ଦୃଶ୍ୟମାନତା ହେତୁ ତାଙ୍କ ହେଲିକପ୍ଟରକୁ ସେବେକୋ ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ତେବେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଥିବା ଟିଏମସି ନେତା ରାଜୀବ ବାନାର୍ଜୀ କହିଛନ୍ତି।

 

Share