Categories: ଜାତୀୟ

ପଶ୍ଚିମବଙ୍ଗରେ ଇମାମ-ପୁରୋହିତଙ୍କର ବଢିବ ଦରମା

କୋଲକାତା,୨୨।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର ମସଜିଦରେ ଥିବା ଇମାମ ଓ ମନ୍ଦିରରେ ଥିବା ପୁରୋହିତଙ୍କ ଦରମା ବଢାଇବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନଡୋର ଷ୍ଟାଡିୟମରେ ଇମାମ (ମୁସଲିମ ଧର୍ମଗୁରୁ) ଏବଂ ମୁଆଜିନ (ଆଜାନର ଡାକରା ଦେଉଥିବା) ଙ୍କ ଏକ ସମ୍ମିଳନୀରେ ଯୋଗ ଦେଇ ସେଠାରେ ଏହି ନିଷ୍ପତ୍ତି ବିଷୟରେ ବୁଝାଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ୱାକଫ ବୋର୍ଡ ଇମାମ ଏବଂ ମୁଏଜିନଙ୍କୁ ଭତ୍ତା ପ୍ରଦାନ କରେ। ଆମର କ୍ଷମତା ସୀମିତ ଅଟେ। ମୁଁ ଅନୁରୋଧ କରିବି ଯେ ସେମାନଙ୍କର ମାସିକ ଭତ୍ତା ୫୦୦ ଟଙ୍କା ବୃଦ୍ଧି କରାଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପୁରୋହିତମାନଙ୍କର ମାସିକ ଦରମା ୫୦୦ ଟଙ୍କା ମଧ୍ୟ ବୃଦ୍ଧି କରୁଛୁ।
ଇଣ୍ଡିଆ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀଙ୍କ ଘୋଷଣା ପରେ ବର୍ତ୍ତମାନ ରାଜ୍ୟରେ ଥିବା ଇମାମମାନେ ମାସିକ ୩୦୦୦ ଟଙ୍କା ଏବଂ ମୁଆଜିନମାନଙ୍କୁ ମାସିକ ୧୫୦୦ଟଙ୍କା ଦରମା ମିଳିବ। ହିନ୍ଦୁ ଧର୍ମର ପୁରୋହିତମାନେ ମଧ୍ୟ ପ୍ରତି ମାସରେ ୧୫୦୦ ଟଙ୍କା ପାଇବେ। ପଶ୍ଚିମବଙ୍ଗର ଇମାମମାନେ ଦୀର୍ଘ ଦିନ ଧରି ମାସିକ ଭତ୍ତା ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି। ୨୦୧୨ରେ ରାଜ୍ୟରେ ଥିବା ଇମାମମାନଙ୍କ ପାଇଁ ମାନଦେୟ ସ୍ଥିର କରାଯାଇଥିଲା।

Share