Categories: ଜାତୀୟ

‘ଇଣ୍ଡିଆ’ ବୈଠକ ପୂର୍ବରୁ ପରସ୍ପରକୁ ଭେଟିଲେ ମମତା, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୧୨: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ଡକାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ମଧ୍ୟରେ ଏକ ସାକ୍ଷାତ ହୋଇଛି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ସାକ୍ଷାତ ଟିଏମସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଦିଲ୍ଲୀସ୍ଥିତ ସାଉଥ୍‌ ଏଭିନ୍ୟୁ ଆବାସରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ପ୍ରାୟ ୪୫ ମିନିଟ ଧରି ଚାଲିଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ବୈଠକ ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ଚାଲିଯାଇଥିଲେ। ଅନ୍ୟପଟେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସୋମବାର ଦିଲ୍ଲୀ ମଦ ଦୁନୀତି ମାମଲାରେ କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଡିସେମ୍ବର ୧୭ରୁ ତାଙ୍କର ଚାରି ଦିନିଆ ଗସ୍ତରେ ଦିଲ୍ଲୀରେ ଅଛନ୍ତି। ଇଣ୍ଡିଆ ବୈଠକ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀ ଆସିଥିବା ସୂଚନା ରହିଛି।

Share