Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୨୮।୭: ୫ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗସ୍ତର ତୃତୀୟ ଦିନରେ ଅର୍ଥାତ୍‌ ବୁଧବାର ଦିଲ୍ଲୀ ଜନପଥ ୧୦ ସ୍ଥିତ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମମତା ବାନାର୍ଜୀ ଭେଟିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରାସଙ୍ଗିକକୁ ନେଇ ଆଲୋଚନା ହୋଇଥିଲା। ଯଥା ବିରୋଧୀ ଦଳର ଏକଜୁଟ, ପେଗାସସ୍‌ ଓ ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ପେଗାସସ୍‌, କୃଷି ଆଇନ ଓ ମହଙ୍ଗାଦର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏଥିପାଇଁ ସଂସଦର ଗୃହ ମଧ୍ୟ ସଠିକ୍‌ ଭାବେ ଚାଲିପାରୁନି। ଇତିମଧ୍ୟରେ ଭାଜପା ବିରୋଧରେ ବିରୋଧୀ ଏକଜୁଟ ହେଉଥିବା ବେଳେ ମମତାଙ୍କ ଦିଲ୍ଲୀ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ମୁତାବକ ମମତା ବାନାର୍ଜୀ ସୋନିଆଙ୍କୁ ଭେଟିବା ପୂର୍ବରୁ ଭାଜପା ବିରୋଧରେ ସମସ୍ତଙ୍କୁ ଏକତ୍ରିତ ହେବାକୁ ବିରୋଧୀଙ୍କୁ ଅପିଲ୍‌ କରିଥିଲେ।

Share