Categories: ଜାତୀୟ

‘ମାମଲା ସିବିଆଇକୁ କାହିଁକି ଦିଆଗଲା’, ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରଶ୍ନ କଲେ ମମତା

କୋଲକାତା,୮।୬: ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ଘଟଣାର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ସେ କହିଛନ୍ତି, ତିନି ଟ୍ରେନ ମଧ୍ୟରେ ଏକା ସମୟରେ ଦୁର୍ଘଟଣା ଘଟିଛି। ଏହାର ଯାଞ୍ଚ କରିବା କେନ୍ଦ୍ରର କାମ। ପ୍ରତିଦିନ ସେମାନେ ଏହି ପ୍ରସଙ୍ଗରେ ନୂତନ ବିବରଣୀ ଆଣୁଛନ୍ତି। ବର୍ତ୍ତମାନ କ’ଣ ତଦନ୍ତ ଶେଷ ହୋଇଯାଇଛି? ସିବିଆଇକୁ କାହିଁକି ମାମଲା ଦିଆଗଲା, କ’ଣ ତଥ୍ୟକୁ ଦବାଇବା ପାଇଁ?

Share