Categories: ଜାତୀୟ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି

କୋଲକାତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

କୋଲକାତା ପୋଲିସ କମିଶନର କହିଛନ୍ତି ଯେ ଶେଖ ନୁର ଆଲାମ ନାମକ ଜଣେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ପୋଲିସ ଅଟକାଇଥିଲା। ଶେଖ ନୁର ଆଲାମଙ୍କ ନିକଟରୁ ଅନେକ ଆଇଡି କାର୍ଡ ବ୍ୟତୀତ ଅସ୍ତ୍ରଶସ୍ତ୍ର, ଛୁରୀ ଏବଂ ନିଷିଦ୍ଧ ପଦାର୍ଥ ଜବତ କରାଯାଇଛି।

Share