Categories: ଜାତୀୟ

ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା

କୋଲକାତା,୨୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ଏହି ସମୟରେ ମମତା ବାନାର୍ଜୀ ନିଜେ ଆଦିବାସୀ ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଏପରିକି ଆଦିବାସୀ ନୃତ୍ୟ ପ୍ରଦର୍ଶନରେ ମଧ୍ୟ ମମତା ଭାଗ ନେଇଥିଲେ। ରାଷ୍ଟ୍ରପତି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହା ଦ୍ରୌପଦୀ ମୁର୍ମୁ ପ୍ରଥମ ପଶ୍ଚିମବଙ୍ଗ ଗସ୍ତ। ତେବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ତଥା ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡିଛି।

Share