କୋଲକାତା,୧୦ ।୧୦: ପଶ୍ଚିମବଙ୍ଗ ପୁଣିଥରେ ହିଂସା ଓ ସାମ୍ପ୍ରଦାୟିକ ହିଂସା ମଧ୍ୟକୁ ଚାଲିଯାଇଛି । ମୋମିନପୁର ଅଞ୍ଚଳରେ ରବିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ଉକ୍ତ ଅଞ୍ଚଳରେ ହିଂସା ଓ ଭଙ୍ଗାରୁଜା ହୋଇଛି । କିଛି ଦୋକାନ ଓ ଗାଡିକୁ ଭାଙ୍ଗି ଦିଆଯାଇଛି । ଏହାପରେ ସମଗ୍ର ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଏପଟେ ଏହି ପରିସ୍ଥିତିକୁ ଦେଖି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ୍ୁ ପତ୍ର ଲେଖି କେନ୍ଦ୍ରୀୟ ସାମରିକ ବଳ ମୁତୟନ କରିବାକୁ ଅନୁରୋଧ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମିଲାଦ-ଉନ-ନବୀ ଅବସରରେ ରବିବାର ବିଳମ୍ବିତ ରାତିରେ ମୋମିନପୁର ଓ ଏକବାଲପୁରରେ ହଠାତ୍ ହିଂସା ବ୍ୟାପିଥିଲା । ଏଠାରେ ଏକ ସମ୍ପ୍ରଦାୟର ଲୋକେ ଏକବାଲପୁର ଥାନାକୁ ଘେରାଉ କରିଥିଲେ । ଏହାପରେ ବେକାବୁ ଭିଡ ସଡ଼କ ଉପରେ ଥିବା ଗାଡି ଓ ଆଖପାଖରେ ଥିବା ଦୋକାନରେ ଭଙ୍ଗାରୁଜା କରିଥିଲେ । କିଛି ସ୍ଥାନରେ ପଥରମାଡ ଓ ବୋମା ବିସ୍ଫୋରଣ ବି କରାଯାଇଥିବା କୁହାଯାଉଛି । ଏହାପରେ ସମଗ୍ର ଅଞ୍ଚଳରେ ଆରଏଏଫକୁ ମୁତୟନ କରାଯାଇଛି ।