କୋଲାକାତା,୩୦।୭: ପଶ୍ଚିମବଙ୍ଗ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୋମେନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ କିଛିଦିନ ହେବ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି। କିଛିଦିନ ହେବ ତାଙ୍କର କିଡ୍ ନୀ ସମସ୍ୟା ଦେଖାଯାଇଥିବା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ଗତ ରାତିରେ ତାଙ୍କର ପରଲୋକ ହୋଇଥିବା ବେଳେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।