କୋଲକତା,୨୮।୭: କୋଲମତାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଆଇଫୋନ କିଣିବାର ନିଶାରେ ଜଣେ ମା’ ନିଜ ଆଠ ମାସର ପୁଅକୁ ବିକ୍ରି କରିଛନ୍ତି। ଦାମୀ ଫୋନରୁ ସୁନ୍ଦର ରିଲ ତିଆରି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନାରେ ଏହି ଘଟଣା ଘଟିଛି। ପୋଲିସ ଶିଶୁଟିର ମା’ଙ୍କୁ ଗିରଫ କରିଥିବାବେଳେ ବାପା ଫେରାର ଅଛନ୍ତି।
ପୋଲିସର ସୂଚନାନୁସାରେ, ପାନହିଟିର ବାସିନ୍ଦା ଏକ ସ୍ବାମୀ-ସ୍ତ୍ରୀ ଦୁଇବେଳା ଖାଇବାକୁ ପାଉ ନ ଥିଲେ ସେମାନଙ୍କ ହାତରେ ଆଇଫୋନ ଦେଖି ଲୋକ ସନ୍ଦେହ କରିଥିଲେ। ଅଭିଯୁକ୍ତ ମହିଳା ରିଲ ତିଆରି କରିବା ପାଇଁ ଅନେକ ସ୍ଥାନକୁ ଯାଉଥିଲେ। ଦମ୍ପତିଙ୍କୁ କୁନି ଶିଶୁଟି କୁଆଡେ ଗାଏବ ଥିବା ପଡୋଶୀ ଦେଖିବାକୁ ପାଇଲେ। ଲୋକଙ୍କ ସନ୍ଦେହ ଏହାଠାରୁ ଆହୁରି ଗଭୀର ହୋଇଯାଇଥିଲା। ପଡୋଶୀ ଦମ୍ପତିଙ୍କୁ ପଚାରିଲେ ଯେ ତୁମର ପିଲା କେଉଁଠାରେ ଅଛି, କିନ୍ତୁ ସେମାନେ କିନ୍ତୁ ସେମାନେ କିଛି କହି ନ ଥିଲେ। ଚାପ ପଡିବାରୁ ବାଧ୍ୟ ହୋଇ ଦମ୍ପତି ସେମାନଙ୍କ ଦୋଷ ସ୍ବୀକାର କରିଥିଲେ। ପୋଲିସ ଶିଶୁଟିକୁ ଖାରଦାହରୁ ଉଦ୍ଧାର କରିଛି ଏବଂ ମା’ଙ୍କୁ ଗିରଫ କରିଛି।