Categories: ଜାତୀୟ

ଭାଜପା ଏମ୍‌ପିଙ୍କ ଘର ନିକଟରେ ବୋମା ବିସ୍ଫୋରଣ

କୋଲକାତା,୧୮।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲାରେ ଦେଶୀ ବୋମା ବିସ୍ଫୋରଣରେ ଜଣେ ଛୋଟ ପିଲା ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଘର ନିକଟରେ ଏହି ବୋମା ବିସ୍ଫୋରଣ ଘଟିଥିବା ଜଣାପଡିଛି। ଭାଜପା ଏହି ଘଟଣାରେ ନିର୍ବାଚନ ଆୟୋଗଙ୍କୁ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ମିଳିଛି। ପ୍ରାୟ ୧୫ଟି ସ୍ଥାନରେ ଏଭଳି ବିସ୍ଫୋରଣ ହୋଇଥିବା ଏମ୍‌ପି କହିଛନ୍ତି।

Share