Categories: ଜାତୀୟ

ମୋଦିଙ୍କୁ ‘ମିଛୁଆ’ କହିଲେ ମମତା

କୋଲକତା,୨୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୋଦିଙ୍କ ପରି ଜଣେ ମିଛୁଆଙ୍କୁ କେଉଁଠି ଦେଖି ନାହିଁ। ରାଲିରେ ମମତା ଆହୁରି ମଧ୍ୟ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଚେୟାରକୁ ବହୁତ ସମ୍ମାନ ଦେଉଥିଲି, ମୁଁ ଜାଣି ନଥିଲି ଯେ ସେ ଏପରି ଅଟନ୍ତି। କହିବାକୁ ଦୁଃଖ ଲାଗୁଛି ଯେ, ନରେନ୍ଦ୍ର ମୋଦି ମିଛ କହୁଛନ୍ତି। କେବଳ ଏତିକି ନୁହେଁ ବଙ୍ଗଳାର ସଂସ୍କୃତି ନଷ୍ଟ କରିବା ପାଇଁ ଭାଜପା ଉତ୍ତରପ୍ରଦେଶରୁ ଗୁଣ୍ଡା ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହେବ। ମେ ୨ ରେ ଫଳାଫଳ ବାହାରିବ।

Share