Categories: ଜାତୀୟ

କୁଚ୍‌ବିହାର ଗୁଳିକାଣ୍ଡ: ମୃତକଙ୍କ ପରିଜନଙ୍କୁ ଭେଟିଲେ ମମତା, ଦେଲେ ପ୍ରତିଶ୍ରୁତି

କୋଲକାତା,୧୪।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଗୁଳିକାଣ୍ଡରେ ଚାରି ଜଣଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାକୁ ନେଇ ଭାଜପା ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟ ଆରୋପ-ପ୍ରତ୍ୟାରୋପ ଚାଲିଛି। ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚ୍‌ ବେହାର ହିଂସାରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରତିଶ୍ରୁତି ଦେଇ କହିଥିଲେ, ଆମେ ଖୁବ୍‌ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁଚବିହାର ଜିଲାର ମଥାଭଙ୍ଗା ବ୍ଲକର ୧୨୬ ନମ୍ବର ବୁଥରେ ଆନନ୍ଦ ବର୍ମନ ନାମକ ଭାଜପା ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ସେ ହତ୍ୟାର ଶିକାର ହୋଇଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଆଉ ସିଆଇଏସଏଫ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲା ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

Share