ନୂଆଦିଲ୍ଲୀ,୩୦।୩: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ନିର୍ବାଚନୀ ଆଚାରସଂହିତା ଉଲ୍ଲଂଘନ କରିଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଦଳର ନେତାମାନେ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି। ଟିଏମସି କହିଛି ଯେ, ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନିଜ ପଶ୍ଚିମବଙ୍ଗ ଏମ୍ପି ଶାନ୍ତନୁ ଠାକୁରଙ୍କ ନେଇଥିଲେ, ଯିଏ କି କୌଣସି ସରକାରୀ ପଦବୀରେ ନାହାନ୍ତି। ମୋଦି ବାଂଲାଦେଶରେ ବିଭିନ୍ ମନ୍ଦିର ବୁଲିବା ଅର୍ଥ ହେଉଛି ଭୋଟରଙ୍କୁ ପ୍ରଭାବିତ କରିବା ବୋଲି ଟିଏମ୍ସି ଅଭିଯୋଗ କରିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତନ୍ତ୍ରୀ ମୋଦି ମାର୍ଚ୍ଚ ୨୬ରେ ବାଂଲାଶେ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ମତୁଆ ସମ୍ପ୍ରଦାୟର ଓରାକାଣ୍ଡି ମନ୍ଦିର ଦର୍ଶନ କରିଥିଲେ।