Categories: ଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

କୋଲକାତା,୮।୭ : ଶନିବାର ପଶ୍ଚିମବଙ୍ଗରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନ ସମ୍ପର୍କରେ ବହୁ ଅଞ୍ଚଳରେ ହିଂସା ଓ ସଂଘର୍ଷ ଘଯିଥିବା ଖବର ଆସିଛି। ଲୋକମାନେ ମତଦାନ ବୁଥରୁ ମତଦାନ ବୁଥରୁ ଦୌଡୁଥିବା ଦେଖିବାକୁ ମିଳିଥିଲା ଏବଂ କେତେକ ସ୍ଥାନରେ ବାଲାଟ ବାକ୍ସ ପୋଡା ଯାଇଥିଲା। କେଉଁଠି ଗୁଳିକାଣ୍ଡ ଘଟିଥିବାବେଳେ ଅନ୍ୟ କେଉଁଠି ବୋମା ମାଡ଼ ହୋଇଥିବାର ଦେଖାଯାଇଥିଲା। ଟିଏମସି, ସିପିଏମ, କଂଗ୍ରେସ ଏବଂ ଭାଜପା କର୍ମୀଙ୍କ ସମେତ ଏହି ହିଂସାରେ ଏପର୍ଯ୍ୟନ୍ତ ଏକ ଡଜନରୁ ଅଧିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଭାଜପା ଦାୟୀ କରିଛି।
ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇ ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ନିର୍ବାଚନୀ ହିଂସାକୁ ନିନ୍ଦା କରାଯାଇଛି।

Share