Categories: ଜାତୀୟ

ମମତାଙ୍କୁ ଶୁଭେଚ୍ଛାର ସୁଅ: ବହୁ ନେତା ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି। ବିଧାନସଭା ନିର୍ବାଚନ ଫଳଫଳରେ ତୃଣମୂଳ କଂଗ୍ରେସ ୨୦୦ଟି ଆସନ ଅତିକ୍ରମ କରୁଥିବାବେଳେ ଭାରତୀୟ ଜନତା ପାର୍ଟି ଦୁଇ ଅଙ୍କ ବିଶିଷ୍ଟ ମାର୍କ ମାରିବାକୁ ସଂଘର୍ଷ କରୁଛି। ଏହି ସମୟରେ ମମତାଙ୍କୁ ଶୁଭେଚ୍ଛା ଜଣାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ଏବଂ ଅଣ ଏନଡିଏ ଦଳର ନେତାମାନେ ତାଙ୍କ ବିଜୟରେ ଖୁସି ବ୍ୟକ୍ତ କରୁଛନ୍ତି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ମମତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଙ୍ଗଳାରେ ଟିଏମସିର ବିଜୟ ପରେ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ‘ଦିଦି ଓ ଦିଦି’ ହ୍ୟାସଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ। ନିର୍ବାଚନ ପୂର୍ବରୁ ସେ ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ।

Share