Categories: ଜାତୀୟ

କଡ଼ା ଟକ୍କର ପରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ

କୋଲକାତା,୨।୫: କଡା ଟକ୍କର ମଧ୍ୟରେ ନନ୍ଦିଗ୍ରାମରୁ ବିଜୟ ହାସଲ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ କଡା ଟକ୍କର ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ରାଉଣ୍ଡରେ ଶୁଭେନ୍ଦୁ ଆଗୁଆ ଥିବାବେଳେ ଶେଷ କିଛି ରାଉଣ୍ଡ ଗୁଡିକରେ ମମତା ବାଜି ମାରି ଥିଲେ ମଧ୍ୟ ଜିତି ପାରି ନ ଥିଲେ। ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦିଗ୍ରାମ ଏକ ହାଇପ୍ରୋଫାଇଲ୍‌ ଆସନ ଥିଲା। ଏଠାରେ ଏପ୍ରିଲ ୧ରେ ୮୮ ପ୍ରତିଶତ ମତଦାନ ହୋଇଥିଲା।

Share