Categories: ଜାତୀୟ

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୪ ଦିନ ପରେ ଫଳାଫଳ

କୋଲକାତା, ୨୮।୪: ପଶ୍ଚିମବଙ୍ଗରେ ଗୁରୁବାର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୫ ନିର୍ବାଚନ ମଣ୍ଡଳୀର ୮୪ ଲକ୍ଷରୁ ଅଧିକ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୁର୍ସିଦାବାଦ ଓ ବୀରଭୂମ୍‌ର ୧୧ଟି ଲେଖାଏ ଆସନ, ମାଲଦାର ୬ ଏବଂ କୋଲକାତାର ୭ ଆସନରେ ସକାଳ ୭ରୁ ମତଦାନ ଆରମ୍ଭ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମେ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Share