Categories: ଜାତୀୟ

ବାଣ କାରଖାନରେ ବିସ୍ଫୋରଣ ୭ ମୃତ

କୋଲକାତା,୨୭।୮: ପଶ୍ଚିମବଙ୍ଗର ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଅତିକମରେ ୬-୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଏଗରା, ବଜବଜ ପରେ ଏବେ ଦତ୍ତପୁକୁରରେ ବେଆଇନ ଭାବେ ଚାଲିଥିବା ଏହି ବାଣ କାରଖାନାରେ ବିସ୍ଫୋରଣ ହୋଇଛି।

Share