କୋଲକାତା,୮।୫: ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍ର ଜଣାଶୁଣା ପ୍ରଯୋଜକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’ ବକ୍ସ ଅଫିସ୍ରେ ଧମାଲ କରୁଛି। ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ଏହି ଫିଲ୍ମକୁ ବିରୋଧ କରାଯାଉଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସିନେମାଘରୁ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ହଟାଇବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କାରଣ ରାଜ୍ୟରେ ହିଂସା କିମ୍ବା ଅପରାଧ ଭଳି ଘଟଣା ନ ଘଟିବା ପାଇଁ ରାଜ୍ୟସରକାର ଏହିି ନିଷ୍ପତ୍ତି ନେଇଛନ୍ତି। ତେଣୁ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି।