Posted inଜାତୀୟ

ସିସିଟିଭି ଲଗାଇବାରେ ମନ୍ଥରତାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା

ନୂଆଦିଲ୍ଲୀ,୧।୧୦: ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସିସିଟିଭି ଲଗାଇବା, ପାଇଖାନା ଓ ଅଲଗା ରେଷ୍ଟିଂ ରୁମ୍‌ ନିର୍ମାଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିବା ସହ ଅକ୍ଟୋବର ୧୫ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ସୁପ୍ରିମକୋର୍ଟ ନିଜଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। କୌଣସି ସ୍ଥାନରେ କାର୍ଯ୍ୟ ଅଧାରୁ ଅଧିକ ଶେଷ ହୋଇ ନ ଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କାର୍ଯ୍ୟରେ ମନ୍ଥରତା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ବୋଲି ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାକେଶ ଦ୍ୱିବେଦୀଙ୍କୁ ପ୍ରଶ୍ନ କରିଥିଲେ। ୬,୧୭୮ଟି ସିସିଟିଭି କ୍ୟାମେରା ଲାଗିବାକୁ ଥିବାବେଳେ ମାତ୍ର ୨୬ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ଏବଂ ଅକ୍ଟୋବର ୧୦ ସୁଦ୍ଧା ଅବଶିଷ୍ଟ ଲାଗିଯିବ ବୋଲି ଦ୍ୱିବେଦୀ କହିଥିଲେ। ସୋସିଆଲ ମିଡିଆରେ ମୃତା ଡାକ୍ତରଙ୍କ ନାମ ଓ ଫଟୋ ବାରମ୍ବାର ପ୍ରକାଶ ପାଉଥିବା ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଅଦାଲତଙ୍କୁ ଜଣାଇଥିଲେ। ନାମ ଓ ଫଟୋ ହଟାଇବା ପାଇଁ ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇଥିବାବେଳେ କାର୍ଯ୍ୟକାରୀ କରିବା ଦାୟିତ୍ୱ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ବୋଲି ଖଣ୍ଡପୀଠ କହିଥିଲେ। ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବା ପାଇଁ ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା ସବୁ ସୋସିଆଲ ମିଡିଆ ପାଇଁ ଉଦ୍ଦିଷ୍ଟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମବିବିଏସ ଫେଲ୍ ଛାତ୍ର କଲେ ଚିକିତ୍ସା, ହୃଦଘାତ ରୋଗୀଙ୍କ ଚାଲିଗଲା ଜୀବନ

କେରଳ,୧ା୧୦: ଭାରତର ଏଙ୍କ ସ୍ଥାନରୁ ଦୈନିକ ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। ଏହାରି ମଧ୍ୟରେ କେରଳରେ ଜଣେ ଏମବିବିଏସ୍ (ବ୍ୟାଚେଲର୍ ଅଫ୍...

ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଲୁଟିଛନ୍ତି, ଏମିତି କହି ସମସ୍ତଙ୍କୁ ଚମକାଇ ଦେଲେ ଗିରିରାଜ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଅଭିଭାଷଣ ଉପରେ ଦୃଢ ଆପତ୍ତି ଜଣାଇ ଗାନ୍ଧୀ ପରିବାରର ଇତିହାସକୁ...

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ...

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ପୁଣିଥରେ ଧର୍ମଘଟକୁ ଓହ୍ଲାଇଲେ ଜୁନିଅର ଡାକ୍ତର

କୋଲକାତା,୧।୧୦: ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର...

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି।...

କେବଳ ଭାରତରେ ନୁହେଁ, ଏହି ଦେଶରେ ମଧ୍ୟ ବ୍ୟବହୃତ ହୁଏ ହିନ୍ଦୀ ଭାଷା

ନୂଆଦିଲ୍ଲୀ,୧।୧୦: ପୃଥିବୀର ସମସ୍ତ ଦେଶର ସଂସ୍କୃତି, ପରମ୍ପରା, ଭାଷା ଏବଂ ଖାଦ୍ୟ ଅଭ୍ୟାସ ଭିନ୍ନ ଅଟେ। ଯେପରି ଭାରତରେ ଏକ ବଡ଼ ବର୍ଗ ଅଛି, ଯେଉଁଠି...

ଯଦି ଏଭଳି ହୁଏ ତା’ହେଲେ ମନ୍ତ୍ରୀପଦକୁ ପାଦରେ ଆଡେଇଦେବି, ଚିରାଗଙ୍କ ଏଭଳି ବୟାନକୁ ନେଇ…

ନୂଆଦିଲ୍ଲୀ,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri