ନୂଆଦିଲ୍ଲୀ,୨୪।୭: ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାମନବମୀରେ ହିଂସା ଏବଂ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଏନଆଇଏ ମାମଲାର ତଦନ୍ତ କରିବ। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏନଆଇଏ ଯାଞ୍ଚ ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଖାରଜ କରିଦିଆଯାଇଛି। ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, କୋର୍ଟ ଅଭିଯୋଗର ବୈଧତା ଏବଂ ସତ୍ୟତା ସ୍ଥିର କରିବାକୁ ନାହିଁ। ଆମେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହଁ।
ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନ ଉପରେ କଲିକତା ହାଇକୋର୍ଟ ଏନଆଇଏ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାର୍ଚ୍ଚ ୩୦ରୁ ଏପ୍ରିଲ ୩ମଧ୍ୟରେ ୪ଟି ପୋଲିସ ଷ୍ଟେଶନରେ ମୋଟ ୬ଟି ଏଫଆଇଆର୍ ପଞ୍ଜିକୃତ ହୋଇଥିଲା।