Categories: ଜାତୀୟ

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ କରିବାକୁ ସ୍ଥିର କରିଛନ୍ତି । ପୁରୁଷ କଏଦୀଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ମହିଳା କଏଦୀଙ୍କ ବସୟ ୫୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ । କରୋନା ପରିସ୍ଥିତିକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀ ଏବେ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଦିନକୁ ହଜାର ହଜାର ସଂଖ୍ୟାରେ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେତେଜଣ କଏଦୀଙ୍କୁ ମୁକ୍ତ କରିବାକୁ ଚିନ୍ତା କରାଯାଉଛି ।

Share