କୋଲକାତା,୨୬ ।୭: ପେଗାସସ ସ୍ପାୟୱେର ମାମଲା ଏବେ ସବୁଠି ଚର୍ଚ୍ଚାରେ । ଏହାକୁ ନେଇ କେନ୍ଦ୍ର ସରକାର ଚୁପ ଥିବା ଦର୍ଶାଇ ଏବେ ପଶ୍ଚିମବଙ୍ଗ ସରକାର ଏହାର ଯାଞ୍ଚ କରିବାକୁ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆୟୋଗ ଗଠନ କରାଯାଇଛି । ଏହି ଆୟୋଗରେ ୨ ଜଣ ଅବସରପ୍ରାପ୍ତ ବିଚାରପତି ଥିବା ବେଳେ ଏମାନେ ପଶ୍ଚିମବଙ୍ଗରେ ଫୋନ୍ ହ୍ୟାକିଂ, ଟ୍ରାକିଂ ଓ ରେକଡିଂ ଅଭିଯୋଗର ଯାଞ୍ଚ କରିବେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ମମତା କହିଛନ୍ତି ଆମେ ଚାହୁଁଥିଲୁ ପେଗାସସ ମାମଲାରେ କେନ୍ଦ୍ର ସରକାର ଆୟୋଗ ଗଠନ କରନ୍ତୁ ହେଲେ କେନ୍ଦ୍ର ସରକାର କିଛି କଲେ ନାହିଁ ।