Categories: ଜାତୀୟ

ପଶ୍ଚିମବଙ୍ଗରୁ ହଟିବ କୋଭିଡ୍‌ କଟକଣା

କୋଲକାତା,୩୧।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ରାଜ୍ୟରେ କୋଭିଡ୍‌ କଟକଣାକୁ ହଟାଇ ଦିଆଯାଉଛି। ନିକଟରେ ମୁମ୍ବାଇରେ ସମସ୍ତ କୋଭିଡ୍‌ କଟକଣା ହଟାଯାଇଛି। ଇତି ମଧ୍ୟରେ ପଶ୍ଚିମବଙ୍ଗରେ କୋଭିଡ୍‌ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଉଥିବାରୁ ରାଜ୍ୟରେ ସମସ୍ତ ପ୍ରତିବନ୍ଧକ ହଟାଇ ଦିଆଯିବ। ଏନେଇ ପଶ୍ଚିମବଙ୍ଗ ସରକାର ଗୁରୁବାର ଘୋଷଣା କରିଛନ୍ତି। ତେବେ ସରକାର ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ, ସାନିଟାଇଜେଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share