ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ

ଭୁବନେଶ୍ୱର, ୧୭।୮(ସୁନିତ୍‌ ମିଶ୍ର): ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୁରୁପ୍ରକାଶ ପାଶ୍ୱାନ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଲିବାନୀ ଶାସନ ଚଲାଇଛନ୍ତି। ସେ ଏତେ ନିର୍ଦ୍ଦୟ ହୋଇଯାଇଛନ୍ତି ଯେ ନିଜେ ଜଣେ ମହିଳା ହୋଇ ମଧ୍ୟ ବଳାତ୍କାରୀଙ୍କୁ ବଞ୍ଚାଇବା ପାଇଁ ମହିଳାମାନଙ୍କ ସମ୍ମାନକୁ ବଳି ପକାଇଦେଇଛନ୍ତି। କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଓ ସରକାରୀ ହସ୍ପିଟାଲରେ ଗତ ୯ ତାରିଖରେ ଜଣେ ୩୧ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ସେମିନାର ହଲ୍‌ରେ ବଳାତ୍କାର ପରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପଶ୍ଚିମବଙ୍ଗରେ ସୀମିତ ହୋଇ ରହିନାହିଁ ବରଂ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି ବୋଲି ଗୁରୁପ୍ରକାଶ କହିଛନ୍ତି।
କହିଛନ୍ତି, ଗତ ୯ ତାରିଖରେ ଘଟଣା ଘଟିବା ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଛନ୍ତି ା କାରଣ ଏହି ଘଟଣା ଘଟାଇଥିବା ଗୁଣ୍ଡାମାନଙ୍କ ଲିଙ୍କ୍‌ ତୃଣମୂଳ କଂଗ୍ରେସ ସହ ରହିଛି। ଏନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ଦେଇ ସେ ପଢ଼ୁଥିବା କଲେଜର ଅଧ୍ୟକ୍ଷଙ୍କୁ ତୁରନ୍ତ ଅନ୍ୟ କଲେଜକୁ ବଦଳି କରିଦେଇଛନ୍ତି। କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କାହିଁକି ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଏମିତି ଅନେକ ବଳାତ୍କାର ମାମଲାରେ ତୃଣମୂଳ କଂଗ୍ରେସ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିବାର ନଜିର ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରାଯାଇଛି। ପୀଡ଼ିତାଙ୍କୁ ନ୍ୟାୟଦେବାକୁ ଦାବି କରୁଥିବା ଡାକ୍ତରମାନଙ୍କ ସ୍ବରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଉଛି। ପୀଡ଼ିତାଙ୍କୁ ନ୍ୟାୟଦେବା ପାଇଁ ଓଡ଼ିଶାଠାରୁ ଆରମ୍ଭକରି ସାରା ଦେଶରେ ଭାଜପା ଆନ୍ଦୋଳନ କରିବ ବୋଲି ପାଶ୍ୱାନ କହିଛନ୍ତି। ଏଥିରେ ରାଜ୍ୟ ମୁଖପାତ୍ର ଦିଲୀପ ମଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri