Advertisement

ପତନର ଅଂଶୀଦାର ନ ହେଉ ପଶ୍ଚିମବଙ୍ଗ

କୋଲକାତା: ସ୍ଥାନୀୟ ନେତାଙ୍କ ବଦଳରେ କେନ୍ଦ୍ରୀୟ ନେତାଙ୍କୁ ବାଛି ପଶ୍ଚିମବଙ୍ଗ ‘ଜାତୀୟ ପତନ’ରେ ଅଂଶୀଦାର ନ ହେଉ ବୋଲି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ। ଅର୍ଥନୀତି ପାଇଁ ଉପଯୁକ୍ତ ପଲିସି ପ୍ରସ୍ତୁତି ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଅତ୍ୟନ୍ତ ଖରାପ ରେକର୍ଡ କରିଥିବା ହାତକୁ କ୍ଷମତା ଗଲେ ସେମାନେ ଆହୁରି ମଜଭୁତ ହେବେ ବୋଲି ଏକ ସାକ୍ଷାତକାରରେ ଏହି ଅର୍ଥନୀତିଜ୍ଞ ମତ ରଖିଛନ୍ତି। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜନକଲ୍ୟାଣକାରୀ ଯୋଜନା ବିଶେଷ କରି କନ୍ୟାସନ୍ତାନଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ, ଖାଦ୍ୟ ସୁରକ୍ଷା ଦିଗରେ ହୋଇଥିବା ବ୍ୟବସ୍ଥାର ଅମର୍ତ୍ତ୍ୟ ସେନ୍‌ ପ୍ରଶଂସା କରିଛନ୍ତି। ଏହି ରାଜ୍ୟରେ ପରିଚୟର ରାଜନୀତି ପ୍ରବେଶ କରିଥିବାବେଳେ ଏଥିପାଇଁ ବିଭାଜନ ଓ ଭେଦଭାବ ପାଇଁ ହିନ୍ଦୁତ୍ୱର ଛବି ଥିବା ପତାକା ଉଡ଼ାଉଥିବା ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share