ପଶ୍ଚିମବଙ୍ଗରୁ ଆସୁନି ଆଳୁ: ନବୀନଙ୍କୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୮।୮: ହୁ ହୁ ହୋଇ ବଢୁଛି ଆଳୁ ରେଟ୍‌। ନା ଲାଗୁଛି ଲଗାମ ନା ବାହାର ରାଜ୍ୟରୁ ଆସିପାରୁଛି ଆଳୁ। କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ ହୋଇଯାଇଛି। ବାସ୍ତବ ସ୍ଥିତି ସ୍ବୀକାର କରିବାକୁ ଯୋଗାଣ ଅଧିକାରୀ ପ୍ରସ୍ତୁତ ନ ଥିବାବେଳେ ଏହି ଚଢ଼ାଉ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ତେବେ ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୟୁପି ଓ ବେଙ୍ଗଲରୁ ଆଳୁ ଆସିବାକୁ ଯାଉଛି। ଆଳୁକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି। ଏଥିସହ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ଆଳୁ ଦେଉ ନଥିବା ନେଇ ନବୀନଙ୍କୁ ଇସାରା କରି ସେ କହିଛନ୍ତି, କାହିଁକି ପଶ୍ଚିମବଙ୍ଗ ଆଳୁ ଛାଡ଼ୁନି ଜଣା ନାହିଁ। ଭାଇ ଭଉଣୀକୁ ଆଳୁ ଦେବାକୁ ମନା କରିଥିବେ। ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ଓ ମମତାଙ୍କୁ ଭଉଣୀ କହିଛନ୍ତି। ଆଗକୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ ଆସିବ। ଆଳୁ ସମସ୍ୟା ଦିନେ ବା ଦୁଇ ଦିନରେ ସମାଧାନ ହେବ ବୋଲି କୃଷ୍ଣ ପାତ୍ର କହିଛନ୍ତି।

ତେବେ ଏହାକୁ ନେଇ BJD ନେତା ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନବୀନ ବାବୁ ସେଭଳି କାମ କେବେ କରନ୍ତିନି। ଓଡ଼ିଶାକୁ ଆଳୁ ଆସିବା ପାଇଁ ଦିଦିଙ୍କୁ ଚିଠି ଲେଖିଥିଲେ। ଜଣେ ଜନନାୟକ ଭାବେ ନବୀନ ପରିଚିତ।ତେଣୁ ସେ ଏପରି କେବେ ଚିନ୍ତା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri