Categories: ଜାତୀୟ

ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତିି। ଏଠାରେ ଫାଏରିଙ୍ଗ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୪ ଜଣ ଆହତ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରେ ଆନନ୍ଦ ବର୍ମନ ନାମକ ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଛକାପଞ୍ଝା ସୃଷ୍ଟି ହୋଇଛି। ଆନନ୍ଦ ଭାଜପା ସଦସ୍ୟ ବୋଲି ଦାବି କରାଯାଉଥିବାବେଳେ ତୃଣମୂଳ ଏହାକୁ ମିଛ ବୋଲି କହିଛି। ସେ ତୃଣମୂଳ ଜଣେ ସଦସ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କ ଗାଡ଼ି ଉପରେ କେତେକ ଆକ୍ରମଣ କରିଛନ୍ତି। ହୁଗୁଳିର ଚୁଚୁରା ବିଧାନସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚୁଚୁରାର ବୁଥ୍‌ ନମ୍ବର ୬୬ ନିକଟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସୁରକ୍ଷାକର୍ମୀ ସେଠାରେ ଘେରି ରହିଛନ୍ତି।

Share