Posted inଜାତୀୟ

ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ମମତାଙ୍କ ଗିରଫ ଦାବି କଲା ଭାଜପା

କୋଲକାତା, ୧୭।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଭାଜପା ଦାବି କରିଛି। ଭାଜପା ନେତା ପ୍ରିୟଙ୍କା ତିବ୍ରେୱାଲ ଶନିବାର ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀଙ୍କୁ ହିଂସା ଘଟାଇବା ପାଇଁ ତୁରନ୍ତ ଗିରଫ କରାଯିବା ଉଚିତ୍‌। ଗତ ନିର୍ବାଚନ ସମୟରେ ଆମେ ମଧ୍ୟ ସମାନ ଘଟଣା ଦେଖିଥିଲୁ। ସେ ହିଂସା ସୃଷ୍ଟି କରିଥିଲେ ଏବଂ ଲୋକଙ୍କୁ ଉତ୍ସାହିତ କରିଥିଲେ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ ସମୟରେ ହୋଇଥିବା ନିର୍ବାଚନରେ ଅପବ୍ୟବହାର ତଥା ହିଂସାକୁ ଦେଶର ଗଣତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହି ଭାଜପା କହିଛି ଯେ, ଏସବୁ ସତ୍ତ୍ୱେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ମନୋଭାବ ଉଦାସୀନ ରହିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଦଳର ଜାତୀୟ ମୁଖପାତ୍ର ସୁଦ୍ଧାଂଶୁ ତ୍ରିବେଦୀ କହିଛନ୍ତି ଯେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନନରେ ନାମାଙ୍କନ ବିଭ୍ରାଟ ତଥା ନିର୍ବାଚନ ହିଂସା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏବଂ ପୋଲିସ ପ୍ରଶାସନର ଆଚରଣ ଦେଶର ଗଣତାନ୍ତ୍ରିକ ତଥା ନିର୍ବାଚନ ଇତିହାସର ଏକ ଅନ୍ଧକାର ଅଧ୍ୟାୟ।ସେ କହିଛନ୍ତି,ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ହିଂସା ଘଟୁଛି ଏବଂ ଭାଜପାକର୍ମୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଉଛି। ଏସବୁ ସତ୍ତ୍ୱେ ରାଜ୍ୟ ନିର୍ବାଚନ ଆୟୋଗ ଏହି ଘଟଣା ପ୍ରତି ଉଦାସୀନ, ଯାହା ଅତ୍ୟନ୍ତ ଚିନ୍ତାଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

ପପୁ ଯାଦବଙ୍କୁ ହତ୍ୟା ଧମକ

ପାଟନା,୨୮।୧୦: ବିହାର ପୁର୍ନିଆର ସ୍ବାଧିନ ଏମପି ପପୁ ଯାଦବଙ୍କୁ ହତ୍ୟା ଧମକ ଦିଆଯାଇଛି। ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri